ସଜନା ହେଉଛି ସକଳ ଶକ୍ତିର ଗନ୍ତାଘର

ସଜନା ହେଉଛି ସକଳ ଶକ୍ତିର ଗନ୍ତାଘର

ପ୍ରଚୁର ଖଣିଜତତ୍ତ୍ୱ ଥିବାରୁ ସଜନାକୁ ଶକ୍ତିର ଗନ୍ତାଘର ବୋଲି କୁହାଯାଏ । ସଜନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଦୁଇ ପ୍ରକାରର ଶ୍ୱେତ ଓ ରକ୍ତ। ଶ୍ୱେତ ସଜନା ସାଧାରଣ ଗଛ ପରି ସବୁଜ, ରକ୍ତ ସଜନାର ପତ୍ରର ଶିରାରେ ଟିକେ ଟିକେ ଲାଲ ରଙ୍ଗ ଥାଏ। ଏ ଦୁଇ ଜାତିର ସଜନାର ଗୁଣ ସମାନ। କେହି କେହି ରକ୍ତ ସଜନାକୁ ମୁଗୁନା କହିଥାନ୍ତି। ଏହାର ମଞ୍ଜିକୁ ଶ୍ୱେତ ମରିଚ କୁହାଯାଏ।

ଏଥିରେ ପ୍ରାୟ ୪୬ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଓ ଆମିନୋ ଏସିଡ ରହିଛି। ଯାହା ଶରୀରକୁ ଶକ୍ତି ଯୋଗାଏ । ଏହାର ଔଷଧୀୟ ଗୁଣ ମଧ୍ୟ କମ ନୁହେଁ। ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ। ଯଥା ଛୁଇଁ,ଫୁଲ,ପତ୍ର,ଡାଳ ଏବଂ ମୂଳରେ ଔଷଧୀୟ ଗୁଣ ଭରି ରହିଥାଏ । 

୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ  ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ୍ ସି ରହିଥାଏ। ଖାଲି ସେତିକି ନୁହଁ ଏହାର ପତ୍ରରେ ଡାଇଟର ଫାଇବର, ସୋଡିଅମ, ଭିଟା କ୍ୟାରୋଟିନ, ପ୍ରୋଟିନ,ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଓ ବି କମ୍ପ୍ଲେସ ଭଳି ପ୍ରଚୁର ଭିଟାମିନ ରହିଛି। ସଜନାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢିଥାଏ |

ପୌଷ୍ଟିକତତ୍ତ୍ୱ ସାଧାରଣ ଖାଦ୍ୟ   ସଜନାର ସଜ ପତ୍ର ସଜନାର ଶୁଖିଲା ପତ୍ର

ଭିଟାମିନ୍ ଏ        ଗାଜର-1.8 mg      6.8 mg 18.9 mg

କ୍ୟାଲସିୟମ କ୍ଷୀର-120 mg 440 mg            2003 mg

ପୋଟାସିୟମ୍ କଦଳୀ-88 mg 259 mg          1324 mg

ପ୍ରୋଟିନ୍ ବସାଦହି-3.1 g 6.7 g            27.1 g

ଭିଟାମିନ୍ ସି କମଳା ଲେମ୍ବୁ-30 mg 220 mg          17.3 mg

ଶାସ୍ତ୍ରୋକ୍ତ ଗୁଣ :-

କଟୁ ତିକ୍ତ ମିଶ୍ରିତ ମଧୁର ରସ। ଉଷ୍ଣବୀର୍ଯ୍ୟ, ରୁକ୍ଷ, ଅଗ୍ନିଦୀପକ, ରୁଚିକର, ତୀକ୍ଷ୍ଣ, ଚକ୍ଷୁ ହିତକାରି, ବୀର୍ଯ୍ୟ ବର୍ଦ୍ଧକ, ବଳକର, ଧାରକ, ବିଦାହୀ, କ୍ଷାରମୟ ରକ୍ତ ପିତ୍ତକର, ବାୟୁବର୍ଦ୍ଧକ, ଗଳଗଣ୍ଡ, ପ୍ଳୀହା, ମେଦରୋଗ, ଗୁଳ୍ମ, ବ୍ରଣ ଓ ପିତ୍ତଦୋଷ ବିନାଶକ।

ଏହାର ଔଷଧୀୟ ଗୁଣ ଗୁଡିକ ମଧ୍ୟରେ ରକ୍ତହୀନତା, ଚର୍ମରୋଗ, କୃମି ସଂକ୍ରମଣ, ରକ୍ତ ଅପରିଷ୍କାର, ଆସ୍ଥମା, ଆଜମା, ଖାଦ୍ୟ ହଜମ ସମସ୍ୟା, ପରିସ୍ରାଜନିତ ସମସ୍ୟା, ଅମ୍ଳଦୋଷ, ହୃଦରୋଗ ନିରାକରଣରେ ଏହା ବହୁଳ ମାତ୍ରାରେ ସହାୟକ ହୋଇଥାଏ |

ମଞ୍ଜି :-

  1. ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ।
  2. ଚକ୍ଷୁ ରୋଗରେ ସଜନା ମଞ୍ଜିର ରସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ। 

ଛାଲି :-

  1. ବ୍ରଣ, ବଥ, ବାଳମୂଳିଆରେ ସଜନା ଗଛର ଛେଲିକୁ ଜଳରେ ଘୋରି ଲେପ ଦିଆଯାଏ।
  2. ସଜନା ଛେଲି ଓ ଶ୍ୱେତସୋରିଷ ଏ ଦୁଇ ପଦାର୍ଥକୁ ଗୋମୂତ୍ରରେ ବାଟି ଲଗାଇଲେ ଗୋଡ଼ଫୁଲା ଭଲହୁଏ।
  3. ବାଗୀ, ଭଗନ୍ଦର, ବିଇଞ୍ଚି ଓ ବିବର୍ଚ୍ଚିକା ଆଦିରେ ସଜନା ଛାଲିକୁ ଜଳରେ ସିଝାଇ ସେଇ ଜଳରେ ଉଷୁମ ଥାଉଁଣୁ ଧୋଇଲେ ଉପକାର ମିଳେ।
  4. ବାୟୁ, ଅଜୀର୍ଣ୍ଣ, ମେଦବୃଦ୍ଧିରେ ସୋରିଷ ଓ ସଜନା ଛେଲିକୁ ଏକତ୍ର ବାଟି ସେବନ କରି କିଛି ଉଷୁମ ଜଳ ସେବନ କଲେ ଉପକାର ମିଳେ।

ପତ୍ର :-

  1. ନିୟମିତ ଏହାର ପତ୍ରକୁ ଖାଦ୍ୟରୂପେ ବ୍ୟବହାର କଲେ ଶରୀରରୁ ରକ୍ତହୀନତା ଦୂର ହୋଇଥାଏ।
  2. ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ। ଏହା ମଧ୍ୟ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ବହୁ ମାତ୍ରାରେ ସାହାଯ୍ୟ କରେ ।
  3. ସଜନା ପତ୍ର ଲିଭରକୁ ସଂକ୍ରମଣରୁ ରକ୍ଷା କରିଥାଏ। କ୍ୟାନସରକୁ ଦୂରରେ ରଖିଥାଏ। 
  4. ପିଲା ହୁଅନ୍ତୁ ଅବା ବୟସ୍କ ସଜନା ପତ୍ର ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ।
  5. ପତ୍ରକୁ ପାଣିରେ ସିଝାଇ ତାର ବାମ୍ଫକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାକୁ ଆରାମ ମିଳିଥାଏ। 
  6. ଯାଦୁ, ଚମଦଳା, କନ୍ଦା ଆଦିରେ ସଜନା ପତ୍ରର ରସକୁ ଲୁଣ ସହିତ ମିଶାଇ ଲଗାଯାଏ ।
  7. ଫୁଲା କିମ୍ବା ବଥା ଦରଜ ଆଦିରେ ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ଲଗାଯାଏ ।
  8. ଉହାଜ୍ୱରରେ ସଜନାପତ୍ର ରସକୁ ଲୁଣ ସହିତ ପ୍ରୟୋଗ କରାଯାଏ ।
  9. ମହିଳାଙ୍କ ୠତୁଚକ୍ରରେ ଅନିୟମିତତା ଦେଖାଦେଲେ ଏବଂ ପିରିୟଡ଼ ସମୟରେ ହେଉଥିବା ପେଟ ଯନ୍ତ୍ରଣା କମ କରିବା ପାଇଁ ସାଜନସାଗ ଖାଇବା ଉଚିତ | 
  10. ସଜନା ପତ୍ର ରଶ ପିଇଲେ ଡାଇରିଆ, ହଇଜା, ଜଣ୍ଡିସ୍ ଓ ଆମାଶୟ ଭଳି ରୋଗ ଭଲ ହୋଇଥାଏ। 
  11. ସଜନା ଶାଗକୁ ଗର୍ଭାବସ୍ଥାରେ ଖାଇଲେ ଶିଶୁ ଜନ୍ମ ସମୟରେ ହେଉଥିବା ସମସ୍ତ ସମସ୍ୟାରେ ମୁକ୍ତି ମିଳେ |

ଫୁଲ ଓ ଛୁଇଁ :-

  1. ଗର୍ଭାବସ୍ଥାରେ ସଜନା ଫୁଲ ଓ ଛୁଇଁ ଖାଇବା ଦ୍ୱାରା ଉଭୟ ମା’ ଓ ପିଲା ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଥିବା ଫଲିକ ଏସିଡ ଗର୍ଭବତୀ ମହିଳାମାନଙ୍କ ପାଇଁ ଖୁବ ଭଲ । 
  2. ଏହା ମଣିଷର ସେକ୍ସ ପାଓ୍ୱାର ମଧ୍ୟ ବଢ଼ାଇଥାଏ। ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଗାଢ଼୍ କରିବାରେ ଏହା ସହାୟକ ହୋଇଥାଏ।
  3. ସେହିପରି ମଳକଣ୍ଟକ ଓ କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀର କାମ କରେ।
  4.  ହାଡକୁ ମଜବୁତ କରିଥାଏ ଏବଂ ଜୀବାଣୁ ସଂକ୍ରମଣରୁ ରକ୍ଷା କରେ।
  5. ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ ସଜନା ଶାଗ ବ୍ୟତୀତ ଗାଜର ଓ ଅମୃତଭଣ୍ଡା ରସ ପିଇଲେ ଏହା ଦୂର ହୋଇଥାଏ।
  6. ଷ୍ଟୋନ ସମସ୍ୟା, ହଜମ ନହେବା ଆଦି ରୋଗରୁ ମୁକ୍ତି ମିଳିଥାଏ।

ସଜନା ଛୁଇଁର ଉପକାରିତା

ହାଡ଼କୁ ଶକ୍ତ କରେ :-

  1. ସଜନା ଛୁଇଁରେ ଥିବା ଅଷ୍ଟିଓ ପୋରେସିସ ଏବଂ ଅଷ୍ଟିଓ ଆର୍ଥିଟିସ ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ । 
  2. ସଜନା ଛୁଇଁରେ ମଧ୍ୟ ପ୍ରଚୁର ପରିମାଣର ଆଇରନ ଏବଂ କ୍ୟାଲସିୟମ ରହିଛି ଯାହା ମଣିଷ ଶରୀରର ହାଡ ଶକ୍ତ କରିବାରେ ଉପକାରୀ ହୋଇଥାଏ ।

କେଶ ପାଇଁ ଉପଯୋଗୀ :-

  1. ସଜନା ଛୁଇଁରେ ଭିଟାମିନ ବି, ଥାୟାମାଇନ, ରିବୋଫ୍ଲାଭିନ, ନାୟାସିନ ଶରୀରର ତ୍ୱଚା ଏବଂ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।  
  2. ସଜନା ଛୁଇଁରେ ଥିବା ଭିଟାମିନ ଏ ମଧ୍ୟ ଆଖି ଏବଂ ତ୍ୱଚା ପାଇଁ ଖୁବ ଭଲ ।

ଡାଇବେଟିଜର ଉପକାରୀତା :-

  1. ଯଦି ଆପଣ ଡାଇବେଟିଜ ରୋଗୀଙ୍କୁ ସଜନା ଛୁଇଁ ଖାଇବା ପାଇଁ ଦେବେ ତାହାଲେ ତାଙ୍କର ଡାଇବେଟିଜ କଂଟ୍ରୋଲରେ ରହିଥାଏ।

ରକ୍ତ ପରିସ୍କାର :- 

  1. ସଜନା ଛୁଇଁର ପତ୍ର ମଧ୍ୟ ବହୁ ଉପକାରୀ ଅଟେ। ଯଦି ଏହାକୁ ସୁପ କରି ସେବନ କରିବେ ତାହାଲେ ରକ୍ତ ପରିସ୍କାର ହୋଇଥାଏ। 

ଓଜନ କମାଇଥାଏ :- 

  1. ସଜନା ସେବନ କରିବା ଦ୍ୱାରା ମୋଟାପଣ ବି କମ ହୋଇଥାଏ। ଏହାକୁ ନିୟମିତ ସେବନ ଦ୍ୱାରା ଆପଣ ଓଜନ କମାଇପାରିବେ। 

ବାର୍ଦ୍ଧକ୍ୟର ଲକ୍ଷଣ ହ୍ରାସ କରେ :-

  1. ଏଥିରେ ଭିଟାମିନ୍ ସି ଅଛି ଯାହା ବାର୍ଦ୍ଧକ୍ୟର ଲକ୍ଷଣ ଲୁଚେଇବାରେ ସାହାଯ୍ୟ କରେ । ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିବା ପାଇଁ ସଜନା ପତ୍ରର ପାଉଡର ଏବଂ ତେଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । 
  2. ଚର୍ମ ଶୁଷ୍କ ହେବାରୁ ଏହା ଦୁରେଇ ରଖେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମ ଲୋଚା ହେବାରୁ ରକ୍ଷା କରିଥାଏ ଏବଂ ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣି ରଶ୍ମିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । 
  3. ଏଥିରେ ଭିଟାମିନ୍ ସି ରହିଛି ଯାହା ନଷ୍ଟ ହୋଇଥିବା ଚର୍ମ କୋଷଗୁଡ଼ିକର ମରାମତି କରିବାରେ ସାହାଯ୍ୟ କରେ । ଏଥିରେ ସାଇଟୋକିନିନ୍ ନାମକ ଏକ ରାସାୟନିକ ପଦାର୍ଥ ଅଛି ଯାହା ଆପଣଙ୍କ ଚର୍ମରେ ସେଲୁଲାର୍ ବୃଦ୍ଧିକୁ ବଢ଼ାଇଥାଏ ଏବଂ କୋଷ ନଷ୍ଟକୁ ରୋକିଥାଏ ।

ଓଠର ଯତ୍ନ ନିଏ :-

  1. ସଜନା ଶାଗରେ ଭିଟାମିନ୍ ଏ ସହିତ ଆପଣଙ୍କ ତ୍ୱଚା ପାଇଁ ଅନେକ ପୁଷ୍ଟିକର ଖାଦ୍ୟ ଅଛି, ଯାହା କୋଲାଜେନ୍ ତିଆରି କରିଥାଏ । 
  2. ଏଥିରେ ମଶ୍ଚରାଇଜିଂ ଗୁଣ ଥିବା ଜଣା ପଡିଛି ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଭଲ । 
  3. ଏହା ଆପଣଙ୍କ ଓଠକୁ ନରମ ଏବଂ ଚିକ୍କଣ ରଖିବାରେ ସାହାଯ୍ୟ କରେ । 
  4. ଏହାର ଆଣ୍ଟିସେପ୍ଟିକ୍ ଗୁଣ ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
  5. ଚର୍ମ କଟିଯିବା, କ୍ଷତ, ଘା ’, ପୋଡା ଚିହ୍ନ, ଚର୍ମ ସଂକ୍ରମଣ, ଦାଗ, ସୂର୍ଯ୍ୟକିରଣ ଚିହ୍ନ ଏବଂ କୀଟ କାମୁଡ଼ା ଚିକିତ୍ସା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଇପାରିବ ।

ବ୍ରଣ ଏବଂ କଳା ଦାଗର ଚିକିତ୍ସା କରେ :-

  1. ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ, ଏହା ଆପଣଙ୍କ ଚର୍ମରେ ବ୍ରଣ ରୋକିବାରେ ସହାୟକ ହୋଇଥାଏ ।
  2. ଏହା କଳା ଦାଗ, ପିମ୍ପଲ୍ ଏବଂ ବ୍ଲାକ୍ ହେଡ୍ ଅପସାରଣ କରିବାରେ ମଧ୍ୟ ସାହାଯ୍ୟ କରେ । 
  3. ସ୍ୱଚ୍ଛ ଚର୍ମ ହାସଲ କରିବା ପାଇଁ, ଆପଣ ଆପଣଙ୍କ ଚେହେରାର ଦାଗରେ ଏହାର ପତ୍ରର ଏକ ପେଷ୍ଟ ଲଗାଇ ପାରିବେ ।
  4. ଏହାର ପାଉଡର କିମ୍ବା ମଞ୍ଜି ଖାଇବା ଦ୍ୱାରା ଏହା ଆପଣଙ୍କ ରକ୍ତକୁ ଶୁଦ୍ଧ କରିବାରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବ । 
  5. ଯେହେତୁ ବିଷାକ୍ତ ପଦାର୍ଥ ଜମା ହେବା ଦ୍ୱାରା ବ୍ରଣ ଏବଂ ପିମ୍ପଲ୍ ହୋଇପାରେ,ତେଣୁ ଏହା ଆପଣଙ୍କ ତ୍ୱଚାକୁ ସଫା ରଖେ ।

ପାଚନ କ୍ରିୟା ବା ହଜମ ଶକ୍ତିରେ ବୃଦ୍ଧି :-

  1. ସଜନା ଛୁଇଁରେ ଅଧିକ ମାତ୍ରାରେ ଫାଇବର ରହିଥାଏ ଯାହାଦ୍ୱାରା ପେଟର ଖାଦ୍ୟକୁ ହଜମ କରାଇବାରେ ସାହାର୍ଯ୍ୟ କରିଥାଏ।
  2. ସଜନା ଶାଗ କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାଷ୍ଟ୍ରିକ, କୋଲିଟିକ ଇତ୍ୟାଦି ପେଟ ଅସୁବିଧାରେ ଏହା ଖୁବ ଉପକାରୀ ବୋଲି କୁହାଯାଏ। 
  3. ଏହା ମଧ୍ୟ ପେଟର କ୍ୟାନସର ଉପଚାରରେ ସାହାଯ୍ୟ କରିଥାଏ ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ସଜନା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments